ବନ୍ଦ ହୋଇଯିବ ଫେସବୁକ ଓ ଇନଷ୍ଟାଗ୍ରାମ !

ନୂଆଦିଲ୍ଲୀ, ୦୭/୦୨:  ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମର ଅନେକ ସେବା । କାରଣ ବି କହିଛି କମ୍ପାନୀ ।ଆଗ ଭଳି ଆଉ ଲାଭ ହେଉନି । ତେଣୁ କିଛି ସେବାକୁ ମେଟା ବନ୍ଦ କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, କମ୍ପାନୀ କହିଛି ଯେ, ମେଟା ନିଜ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକା ସ୍ଥିତ ସର୍ଭରକୁ ଟ୍ରାନ୍ସଫର ଓ ପ୍ରୋସେସିଂ ପାଇଁ ଚାହୁଁଛି । ଯଦି ଏପରି ନହୁଏ ତେବେ ୟୁରୋପରେ ଫେସବୁକ ଓ ଇନଷ୍ଟାଗ୍ରାମର ଅନେକ ସେବା ବନ୍ଦ ହୋଇଯିବ । ଏପରିକି ଏହି ଦୁଇ ସୋସିଆଲ ନେଟଓ୍ୱାର୍କ ବି ବନ୍ଦ ହୋଇପାରେ ।

ୟୁରୋପରେ ଏବେ ଡାଟା ଟ୍ରାନ୍ସଫରକୁ ନେଇ ବଡ ପଦକ୍ଷେପ ନିଆଯାଇଛି । ଏବେସୁଦ୍ଧା କମ୍ପାନୀକୁ ପ୍ରାଇଭେସି ସିଲ୍ଡ ମଡେଲ ପାଇଁ ଡାଟା ଟ୍ରାନ୍ସଫର ଅପସନ୍ ମିଳୁଥିଲା । ମେଟା ଏହା ସାହାଯ୍ୟରେ ୟୁରୋପୀୟ ୟୁଜର୍ସଙ୍କ ଡାଟା ଆମେରିକୀୟ ସର୍ଭରରେ ଷ୍ଟୋର୍ କରୁଥିଲା । କିନ୍ତୁ ଏହି ଆଇନକୁ ଏବେ ରବ୍ଦ କରି ଦିଆଯାଇଛି । ଯଦି କୌଣସି ନୂଆ ଫ୍ରେମଓ୍ୱାର୍କ ନମିଳେ ତେବେ କମ୍ପାନୀ ଫେସବୁକ ଓ ଇନଷ୍ଟାଗ୍ରାମ୍ ଭଳି ସେବା ଦେଇପାରିବ ନାହିଁ ।

ପ୍ରଥମେ ୟୁରୋପୀୟ ୟୁଜର୍ସଙ୍କ ଡାଟାକୁ ଆମେରିକୀୟ ସର୍ଭରକୁ ଟ୍ରାନ୍ସଫର ପାଇଁ କମ୍ପାନୀ ପ୍ରାଇଭେସୀ ସିଲ୍ଡ ବ୍ୟବହାର କରୁଥିଲା ।ତେବେ ୨୦୨୦ ଜୁଲାଇରେ ୟୁରୋପୀୟ କୋର୍ଟ ଏହାକୁ ରବ୍ଦ କରିଦେଇଥିଲେ ।  ପ୍ରାଇଭେସୀ ସିଲ୍ଡ ବ୍ୟତୀତ ମେଟା ଡ୍ରାଟା ଟ୍ରାନ୍ସଫର ପାଇଁ ଷ୍ଟାଣ୍ଡାର୍ଡ କଣ୍ଟ୍ରାକଚ୍ୟୁଆଲ୍ କ୍ଲଜେସକୁ ମଧ୍ୟ ବ୍ୟବାହର କରୁଥିଲା ।

Spread the love