OJEE ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ଜୁନ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ଆଜିଠାରୁ ଆସନ୍ତା ୧୩ ଏପ୍ରିଲ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀ ମାନେ www.ojee.nic.in ଓ୍ବେବସାଇଟରେ ଆବେଦନ କରିପାରିବେ। OJEE ପରୀକ୍ଷା CBT  ବା କମ୍ପୁଟର ବେସ  ମୋଡ଼ ରେ ହେବ।ସୂଚନାଯୋଗ୍ୟ ଯେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌. ଆର୍କିଟେକ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଅନୁଷ୍ଠିତ ହେବ। ଜୁନ୍‌ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି OJEE କର୍ତ୍ତୃପକ୍ଷ କହିଛନ୍ତି।

Spread the love