ଟୋକିଓ ଅଲିମ୍ପିକ୍ସ୍ ୨୦୨୦ରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ହାସଲ କଲେ ମୀରାବାଈ ଚାନୁ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ୍ ୨୦୨୦ର ପ୍ରଥମ ଦିବସରେ ମହିଳା ୪୯ କିଲୋ ଭାରତ୍ତୋଳନ ପ୍ରତିଯୋଗିତାରେ ଶନିବାର ଦିନ ରୌପ୍ୟ ପଦକ ହାସଲ କରି ମୀରାବାଈ ଚାନୁ ପ୍ରଥମ ଭାରତୀୟ ଭାବେ ସ୍ମରଣୀୟ ଗୌରବ ଅର୍ଜନ କରିଛନ୍ତି। ଏହା ମଧ୍ୟ ହେଉଛି ଟୋକିଓ କ୍ରୀଡ଼ାରେ ଭାରତର ପ୍ରଥମ ପଦକ। ଭାରତ ପାଇଁ ଅଲିମ୍ପିକ୍ସ୍ ପଦକ ହାସଲ କରିବାରେ କର୍ଣ୍ଣାମ୍ ମାଲ୍ଲେଶ୍ବରୀଙ୍କ ପରେ ଚାନୁ ହେଉଛନ୍ତି ଦ୍ବିତୀୟ।
୫ ବର୍ଷ ତଳେ ମୀରାବାଈ ପ୍ରଥମ କରି ରିଓ ଅଲିମ୍ପିକ୍ ଗେମ୍ରେ ଅଂଶ ଗ୍ରହଣ କରି ଭଲ ପ୍ରଦର୍ଶନ କରି ପାରି ନ ଥିଲେ।