ଲଞ୍ଚ ହେଲା ଓଲା କାର, ଥରେ ଚାର୍ଜ କଲେ ଯିବ ୫୦୦ କିଲୋମିଟର

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ସ୍କୁଟର ଜରିଆରେ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ଓଲା ଇଲେକ୍ଟ୍ରିକ୍ ଆଜି ଏହାର ଇଲେକ୍ଟ୍ରିକ କାର୍‌ ଲଞ୍ଚ କରିଛି। କାରର ଡିଜାଇନ୍ ଅନନ୍ୟ ହୋଇଥିବାବେଳେ ଥରେ ଚାର୍ଜ କଲେ ଏହା ୫୦୦ କିଲୋମିଟର ଯାଇପାରିବ ଯାହା ବର୍ତ୍ତମାନ ଭାରତରେ ଉପଲବ୍ଧ ଅନ୍ୟ ବୈଦ୍ୟୁତିକ କାର ତୁଳନାରେ ଅଧିକ ଏବଂ ଏହା ମାତ୍ର ଚାରି ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ବେଗ ଛୁଇଁପାରିବ ବୋଲି କମ୍ପାନୀ ଦାବି କରିଛି। ଲଞ୍ଚ ସମୟରେ ଏହି କାରର ଝଲକ ଦେଖିବାକୁ ମିଳିଥିବାବେଳେ ଏହି କାରର ଛାତ ସମ୍ପୂର୍ଣ୍ଣ କାଚ।  ତେବେ ଏହି କାରକୁ କିଣିବା ପାଇଁ ଓଲାର ନିଜସ୍ୱ ୱେବସାଇଟ୍ olaelectric.com ମାଧ୍ୟମରେ ବୁକ କରିିପାରିବେ। ଯଦିଓ ବର୍ତ୍ତମାନ, ଏହି ୱେବସାଇଟରେ କେବଳ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିବାର ବିକଳ୍ପ ରହିଛି ଆଉ କିଛି ଦିନ ପରେ ଏହି ୱେବସାଇଟରେ ହିଁ ଜଣେ କାର ବୁକ କରିପାରିବେ।ସୂଚନା ମିଳିଛି ଯେ ୨୦୨୪ ସୁଦ୍ଧା ଏହି କାର ବଜାରକୁ ଆସିଯିବ।

Spread the love