ଚପଲ ପାଇଁ ବୃଦ୍ଧଙ୍କୁ ହତ୍ୟା କଲେ ଦମ୍ପତି

ଥାନେ: ଚପଲ ରଖିବାକୁ ନେଇ ଆରମ୍ଭ ହେଲା ଝଗଡା | ଆଉ ହତ୍ୟାର ରୂପ ନେଲା ଏହି ଝଗଡା | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ମହାରାଷ୍ଟ୍ରର ଥାନେରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଏକ ଦମ୍ପତି ସାମାନ୍ୟ ଚପଲ ପାଇଁ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଥିଲେ। ପୁଲିସ କହିଛି ଯେ ବୃଦ୍ଧ ଜଣକ ତାଙ୍କ ଚପଲକୁ ପଡୋଶୀ ଘର ବାହାରେ ରଖିଦେଇଥିଲେ, ଆଉ ଏହାକୁ ନେଇ ବୃଦ୍ଧଙ୍କ ସହ ଦମ୍ପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା | ବିବାଦ ଏତେ ବଢିଯାଇଥିଲା ଯେ ଦମ୍ପତି ବୃଦ୍ଧଙ୍କୁ ମାରିଦେଇଥିଲେ । ଏହି ଘଟଣା ବାବଦରେ ଜାଣିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଗିରଫ କରିଥିବାବେଳେ ତାଙ୍କ ସ୍ୱାମୀ ଏବେବି ଫେରାର ଅଛନ୍ତି |

Spread the love