ପୁରୀର ସର୍ବ ପୁରାତନ ଶ୍ରୀକୃଷ୍ଣ ସିନେମା ହଲ୍‌କୁ ହେଲା ଉଚ୍ଛେଦ

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଲାଗି ରହିଥିବା ପୁରାତନ ଶ୍ରୀକୃଷ୍ଣ ସିନେମା ହଲ ଉଚ୍ଛେଦ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଜମିର ମାଲିକାନା ରହିଥିବାରୁ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି। ଏଥିପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଉଚ୍ଛେଦ ଦ୍ଵାରା ସମୁଦାୟ ୧୦.୬ ଡିସିମିଲ ଜମି ଅଧିଗ୍ରହଣ ହେବ। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇ ଏହି ଉଚ୍ଛେଦ କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତ ୨୫ ତାରିଖରେ 5T ସଚିବ ଭି.କେ.ପାଣ୍ଡିଆନ ପୁରୀ ଗସ୍ତରେ ଶ୍ରୀମନ୍ଦିର ଚତୁଃପାର୍ଶ୍‌ରେ ଚାଲିଥିବା ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଶ୍ରୀକୃଷ୍ଣ ସିନେମା ହଲ ଉଚ୍ଛେଦ ଦ୍ଵାରା ଯାତ୍ରୀ,ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଚତୁଃପାର୍ଶ୍ୱରେ ବୁଲିବା ସହ ଦୋଳବେଦୀ କୋଣ ପାର୍ଶ୍ୱ ଦେଇ ଅଧିଗ୍ରହଣ ହୋଇଥିବା ଜମି ଦେଇ ସୁବିଧାରେ ବାହାରି ପାରିବେ।

Spread the love