‘ଟୋକିଓ ୨୦୨୦ ଅଲିମ୍ପିକ୍ସ୍‌’ରେ ପ୍ରଥମ ସ୍ବର୍ଣ୍ଣପଦକ ଜିଣିଲେ ଚୀନା ସୁଟର୍‌ ୟାଙ୍ଗ୍‌ କ୍ବିଆନ୍‌

ଆଦିଲ୍ଲୀ: ‘ଟୋକିଓ ଅଲିମ୍ପିକ୍‌ସ୍‌ କ୍ରୀଡ଼ା’ରେ ମହିଳାମାନଙ୍କ ବିଭାଗର ୧୦ ମିଟର୍ ଏୟାର୍‌ ରାଇଫଲ୍‌ ଚାଳନାରେ ଶନିବାର ଦିନ ଚୀନ୍‌ର ସୁଟର୍‌ ୟାଙ୍ଗ୍‌ କ୍ବିଆନ୍‌ ପ୍ରଥମ ସ୍ବର୍ଣ୍ଣପଦକ ବିଜୟିନୀ ହୋଇଛନ୍ତି। ଏହି କ୍ରୀଡ଼ା ପ୍ରତିଯୋଗିତାରେ ରୁଷ୍‌ର ସୁଟର୍‌ ଆନାସ୍ତାସିଆ ଗାଲାସିନା ରୌପ୍ୟ ଏବଂ ସୁଇଜର୍‌ଲାଣ୍ଡ୍‌ର ନିନା କ୍ରି‌ଷ୍ଟେନ୍‌ କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ତିମ ସଟ୍‌ରେ ରୁଷ୍‌ର ସୁଟର୍‌ ଆନାସ୍ତାସିଆ ଗାଲାସିନା ୮.୯ରେ କେନ୍ଦ୍ରସ୍ଥଳରେ ଥିବା ଦୁଇଟି ବଳୟରେ ଲକ୍ଷ୍ୟଭ୍ରଷ୍ଟ ହେବାରୁ ୟାଙ୍ଗ୍ ତାଙ୍କୁ ଟପିଯିବା ସମ୍ଭବପର ହୋଇଥିଲା। ଚୂଡ଼ାନ୍ତ ସଟ୍‌ରେ ୟାଙ୍ଗ୍‌ ୯.୮ ହାସଲ କରିବା ସହ ୨୫୧.୮ ହାସଲ କରି ଅଲିମ୍ପିକ୍ ରେକର୍ଡ କରି ଏହି ପ୍ରତିଯୋଗିତାର ଅବସାନ ଘଟାଇଥିଲେ। ସେହିପରି, ଗାଲାସିନା୨୫୧.୧ ହାସଲ କରିଥିଲେ। ମହାମାରୀ ହେତୁ ପ୍ରାୟ ଦର୍ଶକ ଶୂନ୍ୟ ଷ୍ଟାଡିୟମ୍‌ରେ ଉପରୋକ୍ତ ପ୍ରତିଯୋଗିତା ସକାଳେ ଅନୁଷ୍ଠିତ ହୋଇଥିଲା। ‘ଆନ୍ତର୍ଜାତିକ ଅଲିମ୍ପିକ୍‌ସ୍‌ କମିଟି’ର ଅଧ୍ୟକ୍ଷ ଟୋମାସ୍ ବାକ୍ ୟାଙ୍ଗ୍‌ଙ୍କୁ ପ୍ରଥମ ପଦକ ପ୍ରଦାନ ଉତ୍ସବରେ ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ। କୋଭିଡ୍‌-୧୯ ନିୟମ ଯୋଗୁଁ ବାକ୍ ଟ୍ରେ’ରେ ରଖି ପ୍ରଦାନ କରିଥିବା ସ୍ବର୍ଣ୍ଣପଦକଟିକୁ ନେଇ ୟାଙ୍ଗ୍‌ ବେକରେ ପକାଇଥିଲେ।

Spread the love