ରାଜ୍ୟରେ ପୁଣି ୨୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ: ଶହେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ସୋମବାର ଆଉ ୨୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ଏନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଶନିବାର ୧୪ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହୋଇଥିଲା। ପ୍ରଥମ ଆକ୍ରାନ୍ତ ଡିସେମ୍ବର ୨୧ରେ ଚିହ୍ନଟ ହୋଇଥିବାବେଳେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଥିଲା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିଲେ ହେଁ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁଯାୟୀ ବଢ଼ୁନଥିବା ଜିନମ୍ ସିକ୍ବେନ୍ସିଂରୁ ଜଣାପଡ଼ୁଛି। ଏଥିରୁ ୫ଜଣ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ ଡିସେମ୍ବର ୨୧ରେ ୨ଜଣ, ୨୩ରେ ୨, ୨୬ରେ ୪, ୨୯ରେ ଜଣେ, ୩୦ରେ ୫, ଜାନୁଆରି ୨ରେ ୨୩, ଜାନୁଆରି ୫ରେ ୨୪, ଜାନୁଆରି ୮ରେ ୧୪ଜଣ ଓ ଜାନୁଆରି ୧୦ରେ ୨୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Spread the love