ସାମ୍ନାକୁ ଆସିଲା ଓମିକ୍ରନ ଭାରିଆଣ୍ଟର ନୂଆ ଲକ୍ଷଣ, କାନ ଉପରେ ପକାଇପାରେ ପ୍ରଭାବ

ନୂଆଦିଲ୍ଲୀ,୨୨/୦୧: କରୋନାର ଓମିକ୍ରନ୍ ଏବଂ ଡେଲଟା ପ୍ରଜାତି ଯୋଗୁଁ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଟିକାକୁ ପ୍ରଭାବଶୂନ୍ୟ କରୁଥିବା କୁହାଯାଉଛି । ତେବେ ଏହାରି ଭିତରେ ଷ୍ଟାନଫର୍ଡ ୟୁନିଭରସର୍ଟି ଏକ ବଡ ଦାବି କରିଛି ।

ଓମିକ୍ରନ ଭାରିଆଣ୍ଟ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ଆଖିଠାରୁ ଆରମ୍ଭ କରି ହୃତପିଣ୍ଡ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହାରି ଭିତରେ ଓମିକ୍ରନ ଭାରିଆଣ୍ଟ ମଣିଷର କାନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ଷ୍ଟାନଫର୍ଡ ୟୁନିଭର୍ସିଟି ବୈଜ୍ଞାନିକ ଦାବି କରିଛନ୍ତି।

ଷ୍ଟାନଫର୍ଡ ୟୁନିଭର୍ସିଟି ବୈଜ୍ଞାନିକମାନେ କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କ କାନର ଅଭ୍ୟନ୍ତରୀଣ ସିଷ୍ଟମ ଉପରେ ଅଧ୍ୟୟନ କରିଥିଲେ । ଏହାପରେ ଜାଣିବାକୁ ପାଇଥିଲେ, ବ୍ୟକ୍ତି ଜଣଙ୍କ କାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । କାନ କୁଣ୍ଡାଇ ହେବା, ହ୍ୱିସିଲ ପରି ଶବ୍ଦ ଶୁଣାଯିବା କରୋନାର ନୂଆ ଲକ୍ଷଣ ହୋଇପାରେ । ଏହିପରି ଲକ୍ଷଣ ଦେଖା ଦେଲେ ଜଣେ ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇନେବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ଚିନ୍ତାର ବିଷୟ, ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତିଙ୍କ ନିକଟରେ ଏହି ଲକ୍ଷଣ ଦେଖାଯାଉଥିବା ଜଣାପଡିଛି।

Spread the love