ଜଗତସିଂହପୁର ଜିଲ୍ଲାରେ ୫ଦିନ ସବୁ ଧର୍ମାନୁଷ୍ଠାନ ବନ୍ଦ

ଜଗତସିଂହପୁର ୨୩।୧୨: ରାଜ୍ୟରେ କୋଭିଡ୍ ର ନୂଆ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ଏବେ ଚିନ୍ତାର କାରଣ ପାଲଟିଲାଣି । ତେଣୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଜିଲ୍ଲାରେ ୫ଦିନ ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଡିସେମ୍ବର ୨୫, ୨୬, ୩୧ ତାରିଖ ସହ ଜାନୁଆରୀ ୧ ଓ ୨ ତାରିଖ ମା’ ଶାରଳା ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Spread the love