କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ମୁକାବିଲା ପାଇଁ BMC ପ୍ରସ୍ତୁତ : ବିଏମ୍‌ସି କମିଶନର

ଭୁବନେଶ୍ବର ୨୩।୧୨: ଭୁବନେଶ୍ବରରେ ଓମିକ୍ରନର ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମ ପ୍ରସ୍ତୁତ ବୋଲି ବିଏମସି କମିଶନର କହିଛନ୍ତି । ବିଶ୍ବର ବିଭିନ୍ନ ସ୍ଥାନରେ ଓମିକ୍ରନ୍ ଆକ୍ରାନ୍ତମାନଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏବଂ ବହୁ ବିଦେଶ ଫେରନ୍ତା ଆସୁଥିବାରୁ ବିଏମସି ପକ୍ଷରୁ ସମସ୍ତଙ୍କୁ କଣ୍ଟାକ୍ଟ କରାଯିବା ସହ ସେମାନଙ୍କ ଟ୍ରାକିଂ ପରେ ଟେଷ୍ଟିଂ କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି ।

ଭୁବନେଶ୍ବରରେ ଗତ ୨ ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆକ୍ରାନ୍ତମାନଙ୍କ ଜେନେମ ସିକ୍ବେଏନ୍ସିଂ ଚାଲିଛି । ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କସମୋପଲିସ୍ ଆପାର୍ଟମେଣ୍ଟରେ ବହୁତଗୁଡିଏ ଫ୍ଲାଟ୍ ଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ୪ଟି ଫ୍ଲାଟ୍ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଗକୁ ବଡ ଦିନ ଓ ନୂଆବର୍ଷ ଆସୁଥିବାରୁ ବିଏମସି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଏ ସମୟରେ ସଂକ୍ରମଣ ଯେପରି ନବଢିବ ତା ଉପରେ ଦୃଷ୍ଟି ରଖାଯାଇଛି ।

Spread the love