ଭୟ ବଢାଇଲା ଓମିକ୍ରନ, ଦୁବାଇରୁ ଫେରୁଥିଲେ ସଂଗରୋଧ ବାଧ୍ୟତାମୂଳକ

ନୂଆଦିଲ୍ଲୀ ୨୫/୧୨: ସାରା ଦେଶରେ ସ୍ଥିତି ବେହାଲ ହେବାରେ ଲାଗିଛି । ଖାସ କରି ଓମିକ୍ରନ ପାଇଁ ବିପଦ ବଢିବାରେ ଲାଗିଛି । କରୋନାର ନୂଆ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । କାରଣ ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଖୁବଶୀଘ୍ର ଅଧିକ ଲୋକେ ଏହାଦ୍ୱାରା ସଂକ୍ରମିତ ହେଉଛନ୍ତି ।

ଏବେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସବୁଠାରୁ ଅଧିକ ହୋଇଥିବା ବେଳେ ସରକାର ଏ ଦିଗରେ ସତର୍କ ହେଉଛନ୍ତି । ତେବେ ଦୁବାଇରୁ ଫେରୁଥିବା ଲୋକଙ୍କୁ ସଂଗରୋଧ ବାଧ୍ୟମୂଳକ କରାଯାଇଛି ।

ଯଦି କେହି ମୁମ୍ବାଇ ଦୁବାଇରୁ ମୁମ୍ୱାଇ ଫେରୁଛନ୍ତି ତେବେ ୭ ଦିନ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନରେ ରହିବେ ବୋଲି ଜଣାପଡିଛି । ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଓମିକ୍ରନ୍ ସଂକ୍ରମଣକୁ ମାତ୍ ଦେବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର୍ କରିଥିବାରୁ ସରକାର ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Spread the love