୫ଟି ଏକ୍ସରସାଇଜ କଲେ ହେବନି କରୋନା

ନୂଆଦିଲ୍ଲୀ: ଦେଶର ବଭିନ୍ନ ରାଜ୍ୟରେ ଓମିକ୍ରନ ତାର କାୟା ମେଲାଇସାରିଥିବା ବେଳେ, ବର୍ତ୍ତମାନ ଓମିକ୍ରନ ଗୋଷ୍ଠୀ ସଂକ୍ରମଣରେ ବ୍ୟାପୁଥିବାର ମଧ୍ୟ ନଜର ଆସିଲାଣି ।ଏତିକିବେଳେ ଓମିକ୍ରନକୁ ନେଇ ଆଉ ଏକ ଖୁସି ଖବର ଆସିଛି । ଯାହା ଆପଣଙ୍କୁ ଓମିକ୍ରନଠୁ ଦୂରେଇ ରଖିବ । କିଛି ଲୋକ ଜିମ୍‍ ଯାଇ ଏକ୍ସରସାଇଜ୍‍ କରିବାକୁ ପସନ୍ଦ କରିଥାନ୍ତି । ଏବଂ ଆଉ କିଛି ଲୋକ ଦୌଡିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ହେଲେ ବର୍ତ୍ତମାନର କରୋନା ସମୟରେ ସେମତି କରିବାର ଭୟ ରହିଛି,  କାହିଁକି ନାଁ ଆପଣଙ୍କୁ କରୋନା ସଂକ୍ରମଣ ହୋଇପାରେ । ଏନେଇ ଆମେ ଆପଣଙ୍କୁ ଜଣାଉଛୁ  ୫ଟି ଏକ୍ସରସାଇଜ। ଯାହାଦ୍ୱରା ଆପଣ ଓମିକ୍ରନ ଠାରୁ  ଦୂରେଇ ରହିପାରିବେ । ୫ଟିଯାକ ଏକ୍ସରସାଇଜ ମଧ୍ୟରୁ ଆପଣ ପ୍ରତି ଏକ୍ସରସାଇଜକୁ ୪ମିନିଟ୍‍ ଲେଖାଏ କରିବେ । ଯାହାଫଳରେ ଓମିକ୍ରନଠୁ ଆପଣ ଦୂରେଇ ରହିପାରିବେ । ସକାଳୁ ଉଠିବା ପରେ ପ୍ରଥମେ ଏହି ଏକ୍ସର ସାଇଜକୁ ୨ମିନିଟ୍‍ ଲେଖାଏ କରିବେ । ପରେ ଧୀରେ ଧୀରେ ଏକ୍ସରସାଇଜର ସମୟ ବଢ଼ାଇବେ । କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯଦି ଆପଣଙ୍କର ଥାଏ ତେବେ ଆପଣ ଡାକ୍ତରଙ୍କ ଠାରୁ  ପରାମର୍ଶ ନେଇ ଏହି ଏକ୍ସରସାଇଜ କରିପାରିବେ ।

୧. ଆପଣ ଦଉଡି ଡିଆଁ ଏକ୍ସରସାଇଜ କରନ୍ତୁ । ଯାହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟର ଓଜନ କମ୍‍ ହୋଇପାରିବ ।
୨. ଦଣ୍ଡ ମାରନ୍ତୁ । ଯାହାଦ୍ୱରା ଆପଣଙ୍କ ସମସ୍ତ ମାଂସପେଶୀ ଉପରେ ପ୍ରଭାବ ପଡିବ ଓ ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍‍ ହେବ ।
୩. ଉଠବସ୍‍ ହୁଅନ୍ତୁ । ଉଠବସ୍‍ ହେବା ଦ୍ୱରା ଆପଣ ସୁସ୍ଥ ରହିବା ସହ ନିଜର ଥକାପଣ ଦୂର ହେବ ।
୪. ଉଚ୍ଚା ସ୍ଥାନରେ ଓହଳି ହୁଅନ୍ତୁ । ନିଜ ମାଂସ ପେଶୀ ଟାଣ ହେବା ସହ ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍‍ ରହିବ ।
୫. ପାହାଚ ଚଢ଼ନ୍ତୁ । ପାହାଚ ଚଢ଼ିବା ଦ୍ୱରା ଆପଣଙ୍କ ପାଦର ମାଂସପେଶୀ ଟାଣ ହେବ ।

ଏହା କରିବା ଦ୍ୱରା ଆପଣ ସୁସ୍ଥ ରହିବା ସହ କରୋନା ଓ ଓମିକ୍ରନ୍‍ ଭୂତାଣୁ ଠାରୁ ଦୂରରେ ରହିପାରିବେ ।

Spread the love