ଆଜି ପୁରୀ ଗସ୍ତରେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ଆଜି ପୁରୀ ଯିବେ ଏବଂ ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପୂର୍ବାହ୍ନରେ ପୁରୀ ଯିବା କଥା ଅପରାଜିିତା ଟ୍ୱିଟ୍‌ କରି କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବାକୁ ଯାଉଥିବା ସେ ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତିରେ ଅପରାଜିତା ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ପ୍ରକଳ୍ପ ବିରୋଧୀ ଆନ୍ଦୋଳନକୁ ସାଂସଦ ଖୁଲମଖୁଲା ସମର୍ଥନ ମଧ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଅପରାଜିତା ଲୋକସଭାରେ ଉଠାଇଥିଲେ । ଲୋକସଭାରେ ଏହି ପ୍ରସଙ୍ଗ ଉଠିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା ।ଅନ୍ୟପଟେ ପୁରୀ ଐତିହ୍ୟ କରିଡରକୁ ନେଇ ପ୍ରକଳ୍ପ ବିରୋଧରେ ହେବାକୁ ଥିବା ଆଜି ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି । ଅଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପଦଯାତ୍ରାକୁ ବାରଣ କରିଥିବା କହିଛି ।

Spread the love