ବ୍ରାହ୍ମଣୀ ଗାଁ ଗଣଦୁଷ୍କର୍ମ ଘଟଣା, ଜଣକୁ କାବୁ କଲା ପୋଲିସ

ଜୟପୁର, ୦୪/୦୧: ବହୁ ଚର୍ଚ୍ଚିତ ଜୟପୁର ବ୍ରାହ୍ମଣୀ ଗାଁ ଗଣଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ କାବୁ କଲା ପୋଲିସ। ଅଭିଯୁକ୍ତ ଜଣକ ହେଉଛି ମୀନ ବାରିକ। ଅନ୍ୟତମ ଅଭିଯୁକ୍ତ ଲାଲ ବାହାଦୂର ଦର୍ଜୀ ଏବେ ବି ପୋଲିସ ପଂଝାରୁ ବାହାରେ। ଗତ ଡିସେମ୍ବର ୨୪ ତାରିଖ ରାତିରେ ଏହି ଦୁଇ ଅଭିଯୁକ୍ତ ପୀଡିତାର ଘରେ ପସି ତାଙ୍କ ସ୍ବାମୀକୁ ମାଉଜର ଦେଖାଇ ଧମକ ଦେବା ସହ ପୁଅର ତଣ୍ଟି ଚିପି ପୀଡିତାଙ୍କୁ ଧମକ ଦେଇ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ବିଜେପି ଜୟପୁର ବନ୍ଦ କରିଥିବା ବେଳେ କଂଗ୍ରେସ ଜୟପୁର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା। ଏପରିକି ଆସନ୍ତା ୭ ତାରିଖ ମଧ୍ୟରେ ଅଭିଯୁକ୍ତଙ୍କୁ ନଧରିଲେ କୋରାପୁଟ ଜିଲ୍ଲା ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

Spread the love