ମହିଳାଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଭାଙ୍ଗ ଜବତ

 ଜଣେ ମହିଳାଙ୍କ ନିକଟରୁ ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ। ଯାଜପୁର ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ପକ୍ଷରୁ ଯାଜପୁର ରୋଡ଼ ରେଳ ଷ୍ଟେସନ ଅଂଚଳରୁ ଜଣେ ମହିଳାଙ୍କ ନିକଟରୁ ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ କରାଯାଇଛି। ଜବତ ଭାଙ୍ଗର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଆଜି ବିହାରରୁ ଏକ ଟ୍ରେନ ଯୋଗେ ଏହି ଭାଙ୍ଗ ଆସୁଥିବା ଖବର ପାଇ ଅବକାରୀ ବିଭାଗ ଇନ୍ସପେକ୍ଟର ସମୀର ମହାନ୍ତିଙ୍କ ନେତୃତ୍ୱରେ ସେଠାରେ ଚଢ଼ାଉ କରିଥିଲା। ଭାଙ୍ଗ ଚାଲାଣ କରିବା ଅଭିଯୋଗରେ ବ୍ୟାସନଗର ଚୂନଭାଟି ଅଂଚଳ ର ସଂଜୁ ବେହେରା ନାମକ ମହିଳାଙ୍କୁ ଗିରଫ କରାଯାଇଛି। ଆଜି ଅପରାହ୍ନରେ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯିବ।

Spread the love