ଜୁନ୍ ୧ରୁ ଏକ ଦେଶ ଏକ ରାଶନକାର୍ଡ

ଚଳିତବର୍ଷ ଜୁନ ୧ରୁ ‘ଏକ ଦେଶ ଏକ ରାଶନକାର୍ଡ’ ନିୟମ ଲାଗୁ ହେବ । ଏନେଇ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱାନ ସୋମବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଯୋଜନା ଅନୁସାରେ ରାଶନକାର୍ଡକୁ ଦେଶରେ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ । ଜୁନ୍ ୧ରୁ ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଗତବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ‘ଏକ ଦେଶ ଏକ ରାଶନକାର୍ଡ’ ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ 4 ଟି ରାଜ୍ୟରେ ଲାଗୁ କରିଥିଲେ । ଏହି ନିୟମ ଆଧାରରେ ଯୋଜନାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରେ ଲାଗୁ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ପାସୱାନ ଏହାକୁ ଅନଲାଇନ ଜରିଆରେ ଉଦଘାଟନ କରିଥିଲେ ।

Spread the love