ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୭୭ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି। ଏହି ନୂଆ ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର। ଏହା ସହିତ ଏହି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ଏହି ନୂଆ ପିଜିଟିଭ୍‌ଙ୍କ ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ଅନ୍ୟପକ୍ଷରେ ଜିଲ୍ଲାର ୪ ଜଣ ଯାକ କରୋନା ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ଚିକିତ୍ସାଧୀନ ରହିଛନ୍ତି। ୬୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦ୍ୱିତୀୟ ମୃତ୍ୟୁ ଘଟଣା ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ସେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି।

Spread the love