ପରିବା ବଜାରରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ବୌଦ୍ଧ ୮।୧: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ପରିବା ବଜାରରେ ଜଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡିକାଲରେ ପହଞ୍ଚିଲେ ଯୁବକ । ଗୁରୁତର ଜଣକ ହେଲେ ହରଭଙ୍ଗା ବ୍ଲକ୍ କୃଷ୍ଣପାଲି ଗ୍ରାମର ସତ୍ୟାନନ୍ଦ ସାହୁ । ଆକ୍ରମଣକାରୀ ହେଲେ ଗଗନ ବିହାରୀ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ଶନିବାର ଚାରିଛକ ସାପ୍ତାହିକ ହାଟ ଚାଲିଥିବା ବେଳେ ସତ୍ୟନନ୍ଦ ଓ ଗଗନଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ହେବା ସହିତ ସାମାନ୍ୟ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗଗନ ସତ୍ୟାନନ୍ଦଙ୍କୁ ଏକ ଟାଙ୍ଗିଆରେ ବେକରେ ହାଣି ଦେଇଥିଲେ । କୌଶଳ କ୍ରମେ ସତ୍ୟାନନ୍ଦ ସେଠାରୁ ଖସି ଆସି ବେକରେ ଗାମୁଛା ବାନ୍ଧି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଚାରିଛକ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଫେରାର ଥିବା ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି ।

Spread the love