ଟ୍ରକ୍‌କୁ ପିଟିଲା ବାଇକ୍‌: ଯୁବକ ମୃତ

ରାଜଗାଙ୍ଗପୁର: ଟ୍ରଲରକୁ ପିଟିଲା ବାଇକ୍‌। ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଜାମପାଲି ବାଇପାସ ନିକଟରେ ଥିବା ଏମ୍‌ଆର ଉଦ୍ୟୋଗ କମ୍ପାନି ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଜାମପାଲି ଆଡ଼କୁ ଯାଉଥିବା ସମୟରେ କମ୍ପାନିରୁ ବାହାରୁ ଥିବା ଏକ ଟ୍ରଲରକୁ ପିଟିଥିଲା। ଘଟଣାସ୍ଥଳରେ ବାଇକ ଚାଳକ ପାହାଡ଼ ଟୋଲି ଅଞ୍ଚଳର ନିରଲ କୁଜୁର (୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ରୁମା ବହାଲ ଅଞ୍ଚଳର ସଞ୍ଜୟ ବାର୍ଲା (୧୯) ଗୁରୁତର ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଲାଇଛି।

Spread the love