ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବାଇକ୍‌ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଲହୁଣିପଡ଼ା ଥାନା ବୁଢ଼ାଭୂଇଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ବଣାଇରୁ ଖଣ୍ଡାଧାର ଯାଉଥିବା ବେଳେ ଭାରସାମ୍ୟ ହରାଇ ଖୁଣ୍ଟରେ ବାଇକ୍‌ ପିଟିହୋଇ ଯିବା ଫଳରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଏକ ବାଇକରେ ତିନିଜଣ ଲଲେଇଁରୁ ଖଣ୍ଡାଧାର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଖୁଣ୍ଟିରେ ପିଟି ହେବାରୁ ତିନି ଜଣଙ୍କ ମଧ୍ୟରୁ ଦୁର୍ଲଭ କିସାନ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ପରେ ରାଉରକେଲାକୁ ପଠା ଯାଇଛି। ତେବେ ଗୁରୁତର ହୋଇଥିବା ଯୁବକ ଓ ମୃତ ହୋଇଥିବା ଘର କପଣ୍ଡ ନୁଆଗାଁ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣକ ଘର ସରସରା ବଲାଙ୍ଗ ବୋଲି ଜଣାପଡିଛି। ଖବର ପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।

Spread the love