ତତ୍ପପାଣି ଘାଟିରେ ଓଲଟିଲା ଟ୍ରକ୍‌, ଜଣେ ମୃତ

ଗଞ୍ଜାମ ଜିଲ୍ଲା ତତ୍ପପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରକ୍‌। ଫଳରେ ହେଲ୍‌ପର ହିଞ୍ଜିଳି ଥାନା ଆଙ୍କରଡ଼ା ଗାଁର ମନୋଜ କୁମାର ଗୌଡ଼ଙ୍କୁ ମୃତ୍ୟୁ ଘଟିଛି। ତେବେ ସୌଭାଗ୍ୟ ବସତଃ ଚାଳକଙ୍କ ଜୀବନ ବର୍ତ୍ତି ଯାଇଛି। ଆର.ଉଦୟଗିରି ମହେନ୍ଦ୍ରଗଡ଼ରେ ସିମେଣ୍ଟ ଅନ୍‌ଲୋଡ଼୍‌ କରି ବ୍ରହ୍ମପୁର ଅଭିମୁଖେ ଫେରୁଥିବା ବେଳେ ତତ୍ପପାଣି ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଫଳରେ ହେଲ୍‌ପର ମନୋଜ କୁମାର ଗୌଡ଼ ଟ୍ରକ୍‌ ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ ଡାଲା କାଟି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Spread the love