ଓଡ଼ିଶା ମୁଖ୍ୟଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର ୩୧।୦୩ : ପୁଣି ଏକ ଚିଟଫଣ୍ଡ ସଂସ୍କାର ଓଡ଼ିଶା ମୁଖ୍ୟ ଗିରଫ । ସକ୍ସେସ ଅନଲାଇନ୍ ସର୍ଭିସ୍ ଓଡ଼ିଶା ମୁଖ୍ୟ ନିଖିଲାନନ୍ଦ ପଶୁପାଳକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଲୋକଙ୍କ ଟଙ୍କା ଠକି ଫିଲ୍ମ ନିର୍ମାଣରେ ଖର୍ଚ୍ଚ କରିଥିବା ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ଲୋକମାନଙ୍କୁ କମ ଅର୍ଥରେ ବିଦେଶ ଭ୍ରମଣ , ଅର୍ଥ ଲଗାଣରେ ଅଧିକ ସୁଧ, ଓ ଅନ୍ୟାନ୍ୟ ପ୍ରଲୋଭନ ଦେଖାଇ ପ୍ରାୟ ପାଞ୍ଚ। କୋଟିରୁ ଅଧିକ ଟଙ୍କା ଏହି କମ୍ପାନୀ ଠକିଥିବା ଅର୍ଥନୈତିକ ଅପରାଧ ଶାଖା ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ ଛାନ୍‌ଭିନ୍‌ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।

ତଦନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଥିବା ବେଳେ ବର୍ତମାନ ସୁଦ୍ଧା ଅନ୍ୟ ପାଞ୍ଚୋଟି ରାଜ୍ୟରେ ଏହାର ଶାଖା ରହିଥିବା ଇଓଡବ୍ଲୁ ଏସପି କହିଛନ୍ତି । କମ୍ପାନୀ ମୁଖ୍ୟ ରମନ୍ ସିଂ ଓ ରାକେଶ କୁମାର ଫେରାର ଅଛନ୍ତି । ଓଡ଼ିଶାରେ କମ୍ପାନୀ ଜରିଆରେ ଏକ ଭୋଜପୁରୀ ସିନେମା ମଧ୍ୟ କରାଯାଇଥିଲା । ଯେଉଁଥିରେ ଲୋକଙ୍କଠାରୁ ଠକେଇ ହୋଇଥିବା ଟଙ୍କା ଲାଗିଥିଲା ।

Spread the love