ଘରେ ରଖି କରୁଥିଲେ ଚୋରା ବନ୍ଧୁକ କାରବାର, ଚଢାଉ କରି ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼ ୩୦।୦୮: ବେଆଇନ୍‌ ଚୋରା ଦେଶୀ ବନ୍ଧୁକ ଜବତ । ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତ ଜଣଙ୍କ ଦେବଗଡ଼ ଆଦର୍ଶ ଥାନା କୈଳାଶ ଗାଁର ଦୁଲାଲ ରଣା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଦେବଗଡ଼ ଆଦର୍ଶ ଥାନା ଏସଆଇ ରୁଦ୍ର ନାରାୟଣ ପ୍ରଧାନଙ୍କ ନେତୃତ୍ଵରେ ପୋଲିସ ଟିମ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ଚୋରା ଦେଶୀ ବନ୍ଧୁକ ରଖିବା ସମ୍ପର୍କରେ ସୂଚନା ପାଇଥିଲେ। ପୋଲିସ ପକ୍ଷରୁ ସଂପୃକ୍ତ ବ୍ୟକ୍ତି ଦୁଲାଲ ରଣାଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଏକ ଚୋରା ଦେଶୀ ବନ୍ଧୁକ ମିଳିଥିଲା । ଅଭିଯୁକ୍ତ ଦୁଲାଲ ବନ୍ଧୁକ ସମ୍ପର୍କରେ କୌଣସି କାଗଜପତ୍ର ଦେଇପାରିନଥିଲେ । ଶେଷରେ ପୋଲିସ ପକ୍ଷରୁ ଚୋରା ବନ୍ଧୁକକୁ ଜବତ କରିବା ସହ ଅଭିଯୁକ୍ତ ଦୁଲାଲକୁ ଗିରଫ କରାଯାଇଛି । ଅଭିଯୁକ୍ତ ଦୁଲାଲ ପୂର୍ବରୁ ମଧ୍ୟ ବେଆଇନ ଭାବେ ଚୋରା ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ ଏସପି ସୂଚନା ଦେଇଛନ୍ତି।

Spread the love