୩ ଜଣରୁ ଜଣେ ଯୁବକ ଏବେ ଫ୍ୟାଟି ଲିଭରରେ ପୀଡିତ,ଓଜନ ବଢୁଥିଲେ ବିପଦ ବଢାଇପାରେ

ସାଂଘାତିକ ହୋଇପାରେ ଫ୍ୟାଟି ଲିଭର ରୋଗ । ୩ ଜଣରୁ ଜଣେ ଯୁବକ ଏବେ ଫ୍ୟାଟି ଲିଭରରେ ପୀଡିତ । ଆଜିର ସମୟରେ ଫ୍ୟାଟି ଲିଭର ବହୁତ ସାଧାରଣ ହୋଇଗଲାଣି । ତେବେ ଏହି ସାଇଲେଣ୍ଟ ରୋଗ ସାଘାଂତିକ ହୋଇପାରେ । ଏହା ପ୍ରଥମେ ଜଣାପଡେନି । ସମସ୍ୟା ବଢିବା ପରେ ଜଣାପଡେ । ଫ୍ୟାଟି ଲିଭର ରୋଗରେ ଲିଭର ସେଲ୍‌ରେ ଅଧିକ ଫ୍ୟାଟ ଜମିଯାଏ । ଲିଭର ସଠିକ୍‌ରେ କାମ କରେନି । ଅତ୍ୟଧିକ ମଦ୍ୟ ପାନ କରିବା ଦ୍ୱାରା ଫ୍ୟାଟି ଲିଭର ହେବାର ଅଧିକ ହେବାର ବିପଦ ବଢିଯାଏ । ଏହା ବ୍ୟତୀତ ହାଇ କୋଲେଷ୍ଟ୍ରଲ ମାତ୍ରା, ଡାଇବେଟିସ, ଅଣ୍ଡର ଆକ୍ଟିଭ ଥାଇରଏଡ ଆଦି ବହୁ କାରଣରୁ ହୋଇପାରେ ଫ୍ୟାଟି ଲିଭର । ଅଧିକାଂଶ ମାମଲାରେ ଏହା ପ୍ରଥମେ ଜଣାପଡେ ନାହିଁ । ଓଜନ ବଢୁଥିଲେ ଏହା ଫ୍ୟାଟି ଲିଭର ବିପଦ ବଢାଇପାରେ ।ପ୍ରତ୍ୟେକ ମଣିଷର ଲିଭରରେ ଫ୍ୟାଟ ଥାଏ । ଯାହା ପ୍ରାୟ ୫ ପ୍ରତିଶତ । ମାତ୍ର ଯେତେବେଳେ ଏହା ୧୦ ପ୍ରତିଶତକୁ ବୃଦ୍ଧି ହୁଏ, ସେତେବେଳେ ସମସ୍ୟା ସୃଷ୍ଟି ହୁଏ । ଏହା ବଢିବା ପରେ ଉଚ୍ଚ ରକ୍ତ ଚାପ, କିଡିନୀ ସମସ୍ୟା, ଡାଇବେଟିସ ଆଦି ରୋଗ ସୃଷ୍ଟି କରେ । ଏହି ରୋଗରୁ ବଞ୍ଚିବା ପାଇଁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ । ଖାଦ୍ୟ ପାନୀୟ ସହ ନିୟମିତ ବ୍ୟାୟାମ ଓ ମଦ ଭଳି ନିଶାରୁ ଦୂରେଇ ରହିବା ଦ୍ୱାରା ଆମେ ଫ୍ୟାଟି ଲିଭରରୁ ବର୍ତ୍ତି ପାରିବା ।

Spread the love