ଭୁବନେଶ୍ବରର ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ସେ ଭୁବନେଶ୍ବରର ବୋଲି ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଏବେ ସୁଦ୍ଧା ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱର ଧୀରେ ଧୀରେ କରୋନା ମୁକ୍ତ ହେଉଛି । ରାଜଧାନୀରେ ଲଗାତାର କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ କେନ୍ଦ୍ର ସରକାର ହଟସ୍ପଟ ଜୋନ୍ ଭାବେ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରେଡ଼୍ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଭୁବନେଶ୍ୱର ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇ ନ ଥିଲେ ସୁଦ୍ଧା ଜଣଙ୍କ ପରେ ଜଣେ ସୁସ୍ଥ ହେବା ନିହାତି ଆଶ୍ୱସ୍ତିର ଖବର ।

H & FW Dept Odisha

@HFWOdisha

Happy to share that one more COVID-19 positive case from Bhubaneswar has recovered and is being discharged.

With this the total recoveries of the State stand at 33.

386 people are talking about this

ଭୁବନେଶ୍ୱରରେ ମୋଟ୍ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ମୋଟ୍ ଏବେ ସୁଦ୍ଧା ୨୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨୩ ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ୨୨୦୯ଟି ନମୁନା ପରୀକ୍ଷା ହୋଇଛି। ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଛି । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୁନା ପରୀକ୍ଷଣ ସଂଖ୍ୟା ୧୫ ହଜାର ୯୮୪ରେ ପହଞ୍ଚିଛି।
ଏହା ମଧ୍ୟରୁ ୮୩ଟି ନମୁନା ପଜିଟିଭ୍ ଆସିଥିଲା। ସୁସ୍ଥ ହୋଇ ଘରକୁ ଫେରିଥିଲେ ୩୨ ଜଣ । ବର୍ତ୍ତମାନ ସୁଦ୍ଧା କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

Spread the love