ଯୋବ୍ରା ଆନିକଟ ବ୍ୟାରେଜ୍‌ରୁ ହାତୀର ମୃତଦେହ ଠାବ

କଟକ ୨୮।୦୯ : ଯୋବ୍ରା ଆନିକଟ ବ୍ୟାରେଜରୁ ହାତୀର ମୃତଦେହ ଠାବ। ବ୍ୟାରେଜର ୧୫ ନମ୍ବର ଗେଟ୍‌ରେ ହାତୀଟିର ମୃତଦେହ ଲାଗିଛି। ହାତୀଟି ନଦୀ ପାର ହେଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

ସେପଟେ ଖବର ପାଇ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗେଟ୍ ଖୋଲି ହାତୀର ମୃତଦେହ ତଳକୁ ଖସିବା ପରେ ଉଦ୍ଧାର କରାଯାଇଛି। ମୄତ ହାତୀକୁ ବ୍ୟବଚ୍ଛେଦ ପାଇଁ ଜଗତପୁରର ମହାନଦୀ କୂଳରେ ରଖାଯାଇଛି। ତେବେ ଜଗତପୁରକୁ ଆସିଥିବା ହାତୀ ମଧ୍ୟରେ ଏହି ହାତୀ ଥିଲା ବୋଲି ଜଣାପଡ଼ିଛି। ହେଲେ ପାଣିରେ ପଡିବା ଯୋଗୁଁ ସ୍ରୋତ ଟାଣିନେଇଥିବା ଅନୁମାନ କରାଯାଉଛି।

Spread the love