ବଡ଼ଭାଇର କଟୁରୀ ଚୋଟରେ ସାନଭାଇ ମୃତ

ଗଞ୍ଜାମ ୧୩।୦୭ : ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ କଥାକୁ ନେଇ ଭାଇକୁ ମାରିଦେଲା ଆଉ ଜଣେ ଭାଇ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁଜୁଲିଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କୌଣସି କଥାକୁ ନେଇ ଉଭୟ ବଡ଼ ଭାଇ ଓ ସାନ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ପାଟିତୁଣ୍ଡ ବଡ଼ ବିବାଦର ରୂପ ନେଇଥିଲା । ବିବାଦରେ ଉତ୍‌କ୍ଷିପ୍ତ ହୋଇ ସାନ ଭାଇକୁ କଟୁରୀରେ ଚୋଟ ପକାଇଥିଲା ବଡ଼ ଭାଇ । ଯେଉଁଥିରେ କି ସାନ ଭାଇର ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ କାର୍ତ୍ତିକ କାର୍ଜି ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତ ବଡ଼ଭାଇ ଅସିନା କାର୍ଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ମଧ୍ୟ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯାଇପାରେ ବୋଲି ପୋଲିସର ସୁତ୍ରରୁ ଜଣାପଡିଛି ।  

Spread the love