ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ନୂଆପଡା ୧୪।୦୯: ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ । ଥାନାରେ ମାମଲା ରୁଜୁ । କ୍ଷତିପୂରଣ ଦାବିରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରଲୋକେ । ଘଟଣାସ୍ଥଳରେ ନୂଆପଡ଼ା ଏସ୍‌ଡିପିଓ ସହ ନୂଆପଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା କୋମନା ବ୍ଲକରୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଜାତୀୟ ରାଜପଥ ୩୫୩ ଚରବୋଡ଼ କେନ୍ଦୁଲିପ୍‌ ଠାରୁ ସାମ୍‌ନା ପଟୁ ଆସିଥିବା ଏକ ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ । ଯାହାଫଳରେ ସାଇକେଲ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ତରବୋଡ଼ ଗାଁର ଦୀବାକର ଦୀପ ବୋଲି ଜଣାପଡିଛି । ସେପଟେ କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ଗାଁଲୋକେ ।

Spread the love