ପ୍ରଚାର ସମୟରେ ନୀତୀଶ କୁମାରଙ୍କୁ ପିଆଜ ମାଡ଼

ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଭିନ୍ନ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଆଜି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେ ପ୍ରଚାର କରୁଥିବା ସମୟରେ ଲୋକମାନେ ତାଙ୍କ ଉପରକୁ ପିଆଜ ମାଡ଼ କରିଥିବା ଜଣାପଡ଼ିଛି। ନୀତୀଶ ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ସାଧାରଣ ସଭାରେ ନିଯୁକ୍ତି ପ୍ରସଙ୍ଗରେ ଭାଷଣ ଦେଉଥିଲାବେଳେ ଭିଡ଼ ଭିତରୁ କେହି ଜଣେ ତାଙ୍କ ଉପରକୁ ପଥର, ପିଆଜ ଫିଙ୍ଗିଥିଲେ। ଏହା ପରେ ନୀତୀଶ କୁମାର କିଛି ସମୟ ଅଟକି ଯାଇଥିଲେ। ଏହାପରେ ସେ ଲୋକମାନଙ୍କୁ ଯାହା ପିଙ୍ଗିବାର ଅଛି ଫିଙ୍ଗ ଓ ଏହାକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଥିଲେ।

Spread the love