ଡାଟାକୁ ସର୍ଭେ କରାଯାଇ ନିଆଯିବ ଅନଲକ୍ ନିଷ୍ପତ୍ତି- ଡିଏମଇଟି

ଭୁବନେଶ୍ଵର, ୧୬/୦୬ : ଗୁରୁବାର ସକାଳେ ରାଜ୍ୟରେ ଲକଡାଉନ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍ କଟକଣା ବଢିବ ନା କୋହଳ ହେବେ ସେନେଇ ଏବେସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଲକଡାଉନ୍ ଓ ଅନଲକ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ସେ କହିଛନ୍ତି ଯେ, ସମସ୍ତ ଡାଟାକୁ ସର୍ଭେ କରି ରାଜ୍ୟରେ ଲକଡାଉନ୍ ଓ ଅନଲକ୍ ଉପରେ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ଧିରେ ଧିରେ କୋରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାର କମୁଛି। ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କମିଯିବ ବୋଲି ଆଶା କରାଯାଉଛି। ଲୋକେ ସଚେତନ ହେଲେ କୋରୋନା ନିୟନ୍ତ୍ରଣ ହେବ। ଅନଲକ୍ ହେଲେ ମଧ୍ୟ ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ହେବ । ଏବେ କମ୍ ରୋଗୀ ଆଇସିୟୁରେ ରହିଛନ୍ତି।

ସେହିପରି ନକଲି ଔଷଧ ନେଇ ସିବିକେ ମହାନ୍ତି କହିଛନ୍ତି ଯେ, କେବଳ ନକଲି ଔଷଧ ଓଡ଼ିଶାର ନୁହେଁ ସମଗ୍ର ଦେଶରେ ରହିଛି। ଯେବେ ନକଲି ପ୍ରମାଣ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡ୍ରଗସ୍ କଣ୍ଟ୍ରୋଲର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି ।

Spread the love