ଆପଣଙ୍କ ନିଦରେ ଯଦି ୧୫ ମିନିଟ୍ କମ୍ ହୁଏ, ତେବେ ବଢିଯିବ ମୋଟାପଣ, ରକ୍ତଚାପ ଏବଂ ହାର୍ଟ ରୋଗ

ଓଜନ କମ୍ କରିବା କଥା ଆସିବା ମାତ୍ରେ ଆମେ ପ୍ରଥମେ ଡାଏଟ ଉପରେ ଧ୍ୟାନ ଦେଇଥାଉ। ୱାର୍କଆଉଟ ଉପରେ ଫୋକସ କରୁ। ଛୋଟରୁ ଛୋଟ କଥା ଉପରେ ଆମର ଧ୍ୟାନ ଯାଇଥାଏ, କିନ୍ତୁ ନିଦ ଶରୀର ପାଇଁ ବେଶ ଜରୁରୀ ହେବା ସତ୍ତ୍ବେ ତା ଉପରେ ଆମର ବିଲକୁଲ ଧ୍ୟାନ ନଥାଏ। ଆମକୁ ଯଦି କମ୍ ନିକ ହୁଏ, ତେବେ ଓଜନ ବଢିବାର ସମ୍ଭାବନା ଅଧିକ ଦେଖାଯାଏ।
ବିଶେଷଜ୍ଞଙ୍କ କହିନୁସାରେ, ଓଜନ ବଢିବା ଏବଂ ନିଦ ମଧ୍ୟରେ ସଂପର୍କ କ’ଣ ରହିଛି, ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଅଧ୍ୟୟନରୁ ଜାଣିବାକୁ ମିଳିଥିଲା କି, ଦରକାର ଠାରୁ କମ୍ ନିଦ ଶୋଇବା ଏବଂ ରାତିରେ ୭ରୁ ୮ ଘଣ୍ଟା ଶାନ୍ତିରେ ନ ଶୋଇବା ଫଳରେ ବ୍ଯକ୍ତି ନିଜର ଭୋକକୁ କଣ୍ଟ୍ରୋଲ କରିପାରେ ନାହିଁ। ଏହି କାରଣ ଯୋଗୁଁ ମୋଟାପଣ ଠାରୁ ଆରମ୍ଭ କରି ହାର୍ଟରୋଗ, ହାଇ ବ୍ଲଡ ପ୍ରେସର ଏବଂ ଟାଇପ ୨ ଡାଇବେଟିସ ଭଳି ସାଘାଂତିକ ରୋଗ ହୋଇଥାଏ।
ଯଦି କୌଣସି ବ୍ଯକ୍ତି ୧୫ ମିନିଟ ମଧ୍ୟ କମ ଶୁଏ ଦେବେ ତାହା ମଧ୍ୟ ଓଜନ ବଢିବାର ପ୍ରମୁଖ କାରଣ ହୋଇଥାଏ ବୋଲି ଅଧ୍ୟୟନରୁ ଜାଣିବାକୁ ମିଳିଥିଲା। ନିଦ କମ୍ ହେଲେ ମଣିଷ ଶରୀରରେ ଘ୍ରେଲିନ ନାମକ ହରମୋନ ଏବଂ ଲିପ୍ଟନ ନାମକ ହରମୋନ କମ୍ ହେବାକୁ ଲାଗିଥାଏ। ଲିପ୍ଟନ ଭୋକକୁ କମ୍ କରିଥାଏ ଏବଂ ଓଜନ କମ୍ କରିବାରେ ସହାୟକ ହୁଏ। ସେହିଭଳି ଘ୍ରେଲିନ ହରମୋନବଢିଲେ ଭୋକ ବଢିଯାଏ ଏବଂ ଓଜନ ବଢିଯାଏ। ଓଜନ ବଢିଲେ ଡାଇବେଟିସ ଟାଇପ ୨ ଏବଂ ହାର୍ଟରୋଗ ହେବାର ଅଧିକ ସମ୍ଭାବନା ରହିଥାଏ।

Spread the love