ଆଜିଠୁ ରାଜ୍ୟରେ ଖୋଲିବ ଅଷ୍ଟମରୁ ତତୁର୍ଦ୍ଧ ଶ୍ରେଣୀ

ଭୁବନେଶ୍ୱର ୦୭।୦୨:  ଆଜିଠୁ ଖୋଲିବ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ । ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ ଲାଇନ୍ ପାଠପଢ଼ା ଆରମ୍ଭ ହେବ। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିବ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍କୁଲ ଖୋଲିଲେ ବି ଉଭୟ ଅଫଲାଇନ ଏବଂ ଅନଲାଇନରେ ପାଠ ପଢ଼ା ହେବ। ପାଠ ପଢ଼ିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ। ସେମାନେ ଚାହିଁଲେ ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ର ବିକଳ୍ପ ବାଛି ପାରିବେ। କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍ ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଛି।

ସିଟ୍ ଗୁଡ଼ିକ ମଧ୍ୟରେ ଯଥା ସମ୍ଭବ ଦୂରତା ରକ୍ଷା କରାଯାଇଛି । ଏଥିସହିତ କେଉଁ ସମୟରେ କେଉଁ କ୍ଲାସ ହେବ ସେନେଇ ଗଣ ଶିକ୍ଷା ବିଭାଗ ଏକ ସମୟସୂଚୀ ଜାରି କରିଛି। ନବମ ରୁ ଦ୍ୱାଦଶ ଶ୍ରେଣୀ ଦିନ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ ହେବ । କୋଭିଡ କଟକଣା ମଧ୍ୟରେ ପାଠପଢ଼ା ଚାଲିବ। ସ୍କୁଲ ଶିକ୍ଷକ କୋଭିଡ କଟକଣା ଅନୁପାଳନ ଉପରେ ନଜର ରଖିବେ।

ସେହିପରି ରାଜ୍ୟର କଲେଜ ଏବଂ ବିଶ୍ବ ବିଦ୍ୟାଳୟ ଏବଂ ବୈଷୟିକ ପାଠର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ ଜାରି କରିଛି। ଆସନ୍ତା ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲରେ ପାଠପଢ଼ା ଆରମ୍ଭ ହେବ। ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଡ୍ରାଏ ଫୁଡ ଦିଆଯିବ।

Spread the love