ଭୁବନେଶ୍ବରରେ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧର୍ମାନୁଷ୍ଠାନ

କୋଭିଡ କଟକଣାରେ ଆଜିଠୁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧର୍ମାନୁଷ୍ଠାନ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ଖୋଲିଛି । କୋଭିଡ କଟକଣାରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। କୋଭିଡ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତି କେବଳ ଧର୍ମାନୁଷ୍ଠାନ ପରିସରକୁ ଯାଇପାରିବେ । ଏଥିପାଇଁ ଭ୍ୟାକ୍ସିନେସନ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଭୁବନେଶ୍ୱରରେ ୧୫ ବର୍ଷରୁ କମ ବୟସର ପିଲାଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ଅନୁମତି ମିଳିଛି । ଦୀର୍ଘ ୨ବର୍ଷ ପରେ ଧର୍ମାନୁଷ୍ଠାନରେ ପିଲାମାନେ ପ୍ରବେଶ କରିଛନ୍ତି।

ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲିଙ୍ଗରାଜ ମନ୍ଦିରରେ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା ନିଆଯାଇଛି। ମନ୍ଦିର ଭିତରକୁ ଏକାଥରେ ଶହେ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଧୀରେ ଧୀରେ କୋଭିଡ ସଂକ୍ରମଣ କମୁଥିବାରୁ ଏହି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ। ଆସନ୍ତା ୨୮ ତାରିଖ ଯାଏ ଏହି ଗାଇଡଲାଇନ ଲାଗୁ ହେବ ।
Spread the love