ଭାରତର ସବୁଠୁ ମହଙ୍ଗା ଫିଲ୍ମର ବଜେଟଠାରୁ ଦୁଇଗୁଣ ‘ଓପେନହାଇମର’ର ବଜେଟ

ମୁମ୍ବାଇ: ଦୁନିଆର ସବୁଠୁ ବଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଫିଲ୍ମ ‘ଓପେନହାଇମର’ ସହିତ ବକ୍ସ ଅଫିସରେ ଧମାଲ କରିଛନ୍ତି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ ଦେଖିବ‌ାକୁ ମିଳିଛି। ଫିଲ୍ମର ଅଗ୍ରୀମ ବୁକିଂ ଭଲ ଥିବା ବେଳେ ଫିଲ୍ମଟି ହଲିଉଡ ଫିଲ୍ମ ‘ମିଶନ ଇମବସିବୁଲ-ଡେଡ ରେକନିଂ’ର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଫିଲ୍ମଟି ଏବେ ବକ୍ସ ଅଫିସରେ ଧମାଲ କରୁଥିବା ବେଳେ ଏହାର ବଜେଟ ସାମ୍ନାକୁ ଆସିଛି। ପୂର୍ବରୁ ଏହାର ବଜେଟ ଯେତିକି କୁହାଯାଉଥିଲା ଏବେ ଏହା ଢ଼େର ଅଧିକ ବୋଲି ଜଣାପଡ଼ିଛି। ଖବର ମିଳିଥିଲା ଯେ ଫିଲ୍ମ ‘ଓପେନହାଇମର’ ୧୦୦ମିଲିୟନ ଡଲାରର ବଜେଟରେ ନିର୍ମିତ ହୋଇଛି। ଭାରତୀୟ ମୁଦ୍ରା ଅନୁଯାୟୀ ଏହା ପ୍ରାୟ ୮୨୦କୋଟି ଟଙ୍କା ହେବ। ହେଲେ ଏବେ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ନିଜେ ଫିଲ୍ମର ବଜେଟ୍ ପ୍ରକାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

‘ଓପେନହାଇମର’ର ଲଣ୍ଡନ ପ୍ରିମିୟର ସମୟରେ କ୍ରିଷ୍ଟୋଫର ନୋଲନ ଗଣମାଧ୍ୟମକୁ ଫିଲ୍ମର ବଜେଟ ବିଷୟରେ କହିଥିଲେ। ସେ କହିଥିଲେ ଯେ ତାଙ୍କ ଚଳଚ୍ଚିତ୍ରର ପ୍ରଡକ୍ସନ୍ ବଜେଟ୍ ୧୦୦ମିଲିୟନ୍ ଡଲାରରୁ ଅଧିକ ଥିଲା। ସୁଟିଂ ଶେଷ ହେଉ ହେଉ ଫିଲ୍ମର ମୋଟ ବଜେଟ ୧୮୦ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୪୭୫କୋଟି ଟଙ୍କା ହୋଇଯାଇଥିଲା। ଏହି ‌ବଜେଟ ଭାରତର ସବୁଠୁ ଦାମୀ ଫିଲ୍ମର ବଜେଟଠାରୁ ଦୁଇଗୁଣ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଫିଲ୍ମ ଆଦିପୁରୁଷ ରିଲିଜ୍ ହୋଇଥିବା ବେଳେ ଏହାର ବଜେଟ ଥିଲା ୬୦୦କୋଟି। ଏହି ଫିଲ୍ମର ଦୁଇ ଗୁଣ ବଜେଟରେ ନିର୍ମାଣ ‌ହୋଇଛି ‘ଓପେନହାଇମର’।

Spread the love