ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ବିରୋଧୀ । ମଣିପୁର ହିଂସା ଘଟଣାେରେ ବିରୋଧୀ ମେଂଟ ଇଣ୍ଡିଆର ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ନିକଟରେ ମଣିପୁର ପହଂଚିଥିଲେ ପ୍ରତିନିଧମଣ୍ଡଳୀ ଓ ସେଠାକାର ଗ୍ରାଉଣ୍ଡ ଜିରୋ ରିର୍ପୋଟ ପ୍ରସ୍ତୁତ କରିଥିଲେ । ମଣିପୁର ସ୍ଥିତିରେ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କୁ ଦେଇଛି ବିରୋଧୀ ମେଂଟ । ମଣିପୁରରେ ଯଥା ସମ୍ଭବ ଶାନ୍ତି ଫେରାଇ ଆଣିବାକୁ ଅପିଲ କରିଛି ବିରୋଧୀ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମଣିପୁର ହିଂସା ଘଟଣା ଉପରେ ବିବୃତି ରଖନ୍ତୁ ବୋଲି ବିରୋଧୀ ରାଷ୍ଟ୍ରପତିଙ୍କ ନିକଟରେ ଦାବିି ଜଣାଇଛନ୍ତି ।

Spread the love