ହର ଘର ତିରଙ୍ଗା’ ଅଭିଯାନ: ସାଙ୍ଗରେ ଆସିଲେ ବିରୋଧୀ ଦଳ, ଜାଣନ୍ତୁ କ’ଣ କରୁଛନ୍ତି ରାହୁଲ, ଅଖିଳେଶ ଓ ମାୟାବତୀ

ନୂଆଦିଲ୍ଲୀ ୧୨।୮: ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନ କରିବାକୁ ଯାଉଛି। ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେବ। ଏଣୁ କେନ୍ଦ୍ର ସରକାର ହର ଘର ତିରଙ୍ଗା ଅଭିଯାନର ଆହ୍ୱାନ ଦେଇଛନ୍ତି। ଯାହାକୁ ନେଇ ଏବ ଦେଶରେ ବିରୋଧୀ ରାଜନୀତି କରିବା ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ମାୟାବତୀ ଓ ମମତା ବାନାର୍ଜୀ ଅଭିଯାନକୁ ଖୋଲାଖୋଲି ବିରୋଧ କରି ପାରୁ ନାହାନ୍ତି। ତେବେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ନିଜନିଜ ଢଙ୍ଗରେ ପାଳନ କରିବାକୁ ଯୋଜନା କରିଛନ୍ତି।

ରାହୁଲ ଗାନ୍ଧି ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଜାତୀୟ ପତାକା ଉଡାଇବାକୁ କହିଛନ୍ତି। ତେବେ ରେସନକାର୍ଡଧାରୀଙ୍କୁ ପତାକା ବିକ୍ରିକୁ ବିରୋଧ କରିଛନ୍ତି ରାହୁଲ। ସେହିପରି ସପା ନେତା ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ରାଜ୍ୟରେ ସରକାରୀ କାର୍ଯ୍ୟକ୍ରମର ନାମ ବଦଳାଇ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ହରଘର ଫହରେ ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ ପାଇଁ କହିଛନ୍ତି। ତେବେ ଅଖିଳେଶ ଲୋକଙ୍କୁ ଜାତୀୟ ପତାକା ଠେଙ୍ଗାକୁ ସାବଧାନ ରହିବାକୁ କହିଛନ୍ତି। କାରଣ ବିଜେପି ଲୋକେ ଠେଙ୍ଗାରେ ଦଙ୍ଗା କରାଇ ପାରନ୍ତି ବୋଲି ସତର୍କ କରିଛନ୍ତି। ତେବେ ଉତ୍ତରପ୍ରଦେଶରେ ବହୁଜନ ସମାଜପାର୍ଟି (ବସପା) ନେତ୍ରୀ ମାୟାବତୀ ରାଜ୍ୟରେ ହରଘର ତିରଙ୍ଗା କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି। ଅଗଷ୍ଟ ୧୫ ତାରିଖ ଦିନ ସମସ୍ତଙ୍କୁ ନିଜନିଜ ଘର ଉପରେ ଜାତୀୟ ପତାକା ଉଡାଇ ଖୁସି ମନେଇବାକୁ କହିଛନ୍ତି। ଇଂରେଜଙ୍କ ଶାସନରୁ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ଏଣୁ ଦେଶବାସୀ ଦିନଟିକୁ ହର୍ଷଉଲ୍ଲାଲେ ପାଳନ କରନ୍ତୁ ବୋଲି ମାୟାବତୀ କହିଛନ୍ତି।  

Spread the love