ଗଣମାଧ୍ୟମର କରାଯାଉଛି କଣ୍ଠରୋଧ, ଏକାଠି ହୋଇ ଲଢନ୍ତୁ ସବୁ ଗଣମାଧ୍ୟମ: ସୁରଥ ବିଶ୍ଵାଳ

ସମ୍ବାଦରେ ଇଓଡବ୍ଲୁ ଚଢାଉକୁ ନେଇ ବିରୋଧୀଙ୍କ ନିନ୍ଦା । ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ନିନ୍ଦା କରିବା କହିଛନ୍ତି, ସରକାର ପ୍ରତିଶୋଧ ପରାୟଣ ହେଉଛନ୍ତି । ସଚିବଙ୍କୁ ପ୍ରଶ୍ନ କଲେ ସରକାରଙ୍କୁ ବାଧୁଛି ବୋଲି କହିଛନ୍ତି ବିରୋଧୀ । ବୋଧହୁଏ ସରକାର ଚାହୁଁଛନ୍ତି ଲୋକେ ଜବାବ ଦିଅନ୍ତୁ । ଶିକ୍ଷକ ଆନ୍ଦୋଳନରେ ସାମିଲ ହେଲେଣି ଅଭିଭାବକ । ଏବେ ସବୁ ଗଣମାଧ୍ୟମକୁ ଏକାଠି ହୋଇ ଲଢିବା ପାଇଁ ବିରୋଧୀ ଆହ୍ୱାନ ଦେଇଛନ୍ତି । ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି, ସମାଲୋଚନାକୁ ଶ୍ରେଷ୍ଠ ଶାସକ ସ୍ୱାଗତ କରନ୍ତି । ବୀଭିଷଣଙ୍କ ଭଲ କଥା ଶୁଣିବାକୁ ରାବଣ ଚାହିଁନଥିଲା । ଶେଷରେ ପରିଣତି କଣ ହେଲା? ଆଜି ନହେଲେ ବି କାଲି ଅଗଣତାନ୍ତ୍ରିକ ସରକାରର ପରିଣତି ମଧ୍ୟ ସେୟା ହେବ । ସରକାରକୁ ଏବେ କିଏ ଚଳାଉଛି, ଆକ୍ସନ ପଛରେ କାହାର ହାତ ଅଛି ତାହା ଅତି ସ୍ପଷ୍ଟ ଭାବେ ଜଣାପଡୁଛି ।

ସେହିଭଳି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ସରକାରର ଦୋଷ ଦୁର୍ବଳତାକୁ ନେଇ ପ୍ରଶ୍ନ କଲେ ଏଭଳି ପରିସ୍ଥିତି ଉପୁଜୁଛି । ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । କିଛି ନିର୍ଦ୍ଦିଷ୍ଟ ସଚିବ ଏ ସରକାରକୁ ଚଳାଉଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ଚୁପ୍ ରହୁଛନ୍ତି । ଆମ ଓଡ଼ିଶାରେ କଣ ଦକ୍ଷ ଓଡ଼ିଆ ଅଫିସର ନାହାନ୍ତି, ପୂରା ଶାସନତନ୍ତ୍ରକୁ ଜଣେ ଅଣ ଓଡ଼ିଆ ଅଫିସର କାହିଁକି ଚଳାଇବେ? ଏହାଛଡା ଯେଉଁ ଅଭିଯୋଗକୁ ନେଇ ଛାନଭିନ ହେଉଛି ତାହା ବହୁତ ପୁରୁଣା । ଏହି ଅଭିଯୋଗର ସତ୍ୟତା ଅଛି କି ନାହିଁ ତାହା ନ ପରଖି ଏଭଳି କାର୍ଯ୍ୟାନୁଷ୍ଠାନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନିଶିକାନ୍ତ ।

Spread the love