ୱେବ୍ ସାଇଟ୍ ତ୍ରୁଟି ଯୋଗୁ ଓପିଏସସି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ
ଭୁବନେଶ୍ୱର: ଓପିଏସସି(ଓଡ଼ିଶା ଲୋକସେବା ଆୟୋଗ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓସିଏସ୍) ଦେବାପାଇଁ ଚଳିତ ବର୍ଷ ଅନେକ ଆଶାୟୀ ବଞ୍ଚିତ ହେବାକୁ ଯାଉଛନ୍ତି। ୱେବ୍ ସାଇଟ୍ ତ୍ରୁଟି ଯୋଗୁ ଅତିରିକ୍ତ ସୁଯୋଗ ମିଳିବାକୁଥିବା ଆଶାୟୀଙ୍କୁ ଚଳିତ ବର୍ଷରେ ଅଧିକାଂଶ ପିଲାଙ୍କୁ ସୁଯୋଗ ମିଳିନି। ଚଳିତ ବର୍ଷର ଆବେଦନ ପ୍ରକ୍ରିୟାରେ ଏହି ସୁବିଧା ଉପଲବ୍ଧ ନଥିବାରୁ ଆଶାୟୀମାନେ ଫର୍ମ ପୂରଣରୁ ବଞ୍ଚିତ ହୋଇଛନ୍ତି। ଇତି ମଧ୍ୟରେ ଆବେଦନର ତାରିଖ ଶେଷ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ସେମାନେ ଦାବି କରିଛନ୍ତି।