ପ୍ରକାଶ ପାଇଲା ଓସିଏସ ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର୍

ଭୁବନେଶ୍ୱର: ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ତେଜସ୍ୱିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୪୪ ଜଣ ପୁଅ କୃତକାର୍ଯ୍ୟ ହୋଇଥିବା ୧୪୮ ଜଣ ଝିଅ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ତିନୋଟି ସ୍ଥାନରେ ମହିଳା ପରୀକ୍ଷାର୍ଥୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ ରହିଥିବା ବେଳେ ତୃତୀୟ ସ୍ଥାନରେ ସୃଷ୍ଟି ଶତପଥୀ ରହିଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଏବଂ ତିନି ଜଣ ପୁଅ ଅଛନ୍ତି । ଚତୁର୍ଥ ସ୍ଥାନରେ ଦେବବ୍ରତ କର ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛନ୍ତି ଦେବବ୍ରତ ମହାରଣା।

Spread the love