କମଳା ଚୋପାର ୫ଟି ଫାଇଦା

କମଳାରେ ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ଥାଏ,ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାର ଭିତରର ଫଳକୁ ତ ଆମେ ଖାଇଥାଉ କିନ୍ତୁ ଏହାର ଚୋପାକୁ ଫୋପାଡି ଦେଇଥାଉ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହା କରିବା ଦ୍ବାରା ଆପଣ କମଳା ଚୋପାର ଉପକାରିତାରୁ ବଞ୍ଚିତ ହେବେ । ତେବେ ଆସନ୍ତୁ ଜାଣିବା କମଳା ଚୋପାର ପାଞ୍ଚଟି ଉପକାରୀ ଗୁଣ ।

ଚର୍ମ ପାଇଁ ଭଲ :

କମଳା ଚୋପା ଆମ ତ୍ବଚା ପାଇଁ କୌଣସି ଉପହାରକୁ କମ୍ ନୁହେଁ । ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ ତେବେ ଏହା କୌଣସି ଔଷଧଠାରୁ କମ୍ ନୁହେଁ । ଏହାକୁ ଗୁଣ୍ଡକରି ମହୁ ସହ  ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଚମକ ଆସିବ ଏବଂ ଦାଗ ମଧ୍ୟ ଦୂର ହୋଇଯିବ ।

ଶୋଇବାରେ ସହାୟକ ହୋଇଥାଏ :

ଯଦି ଆପଣଙ୍କୁ ଆରାମଦାୟକ ନିଦ ଆସୁନାହିଁ ତେବେ ଏଥିପାଇଁ କମଳା ଚୋପାକୁ ପାଣିରେ ମିଶାଇ ଗରମ କରନ୍ତୁ । ପରେ ଏହାକୁ ପିଅନ୍ତୁ । ନିୟମିତ ଏଭଳି କରିବା ଦ୍ବାରା ରାତିରେ ଭଲ ନିଦ ଆସିଥାଏ ।

 ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ :

କମଳା ଚୋପାରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କରୋନା ଭାଇରସ୍ ମଧ୍ୟରେ ସବୁବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କୁହାଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କମଳା ଚୋପା ବେଶ୍ ଉପଯୋଗୀ ହୋଇପାରେ । ଏଥିପାଇଁ କମଳା ଚୋପାକୁ ଗରମ ପାଣିରେ ଧୋଇ ଖାଇପାରିବେ । କିଛି ଲୋକ ଚିନି ଏବଂ ଲେମ୍ବୁ ସହ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।

କେଶ କଣ୍ଡିସନର ଭାବେ କାମ କରେ :

ଆମେ ପ୍ରାୟତଃ ବଜାରରୁ ମହଙ୍ଗା ଏବଂ କେମିକାଲ ଯୁକ୍ତ କଣ୍ଡିସନର ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏଥିପାଇଁ କମଳା ଚୋପା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହି ଚୋପାରେ କ୍ଲୋଜିଂ ଗୁଣ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ, ତାପରେ ସେଥିରେ ମହୁ ମିଶ୍ରିତ କରି ମୁଣ୍ଡରେ ଲଗାନ୍ତୁ । କିଛି ସମୟ ପରେ ଧୋଇବା ପରେ କେଶ ଚମକିବ ।

ରୁପିରୁ ମିଳିବ ମୁକ୍ତି :

ଯେତେବେଳେ କେଶରେ ରୁପି ଦେଖାଯାଏ ସେତେବେଳେ ଆପଣଙ୍କୁ ଲାଜ ଲାଗିଥାଏ । ଏଥିପାଇଁ ଆପଣ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ ଏବଂ ସେଥିରେ ନଡିଆ ତେଲକୁ ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇବା ଦ୍ବାରା ରୁପି ଦୂର ହୋଇଥାଏ ।

Spread the love