ବଡ଼ ବଡ଼ ପଦାଧିକାରୀଙ୍କ ସହିତ ପୂରା ବିଶ୍ୱରେ ୭୫ ପ୍ରତିଶତ କର୍ମଚାରୀ ଛଟେଇ କରିବ ଟ୍ୱିଟର: ରିପୋର୍ଟ

ୱାଶିଂଟନ: ସୋସିଆଲ୍ ମିଡିଆ କମ୍ପାନୀ ଟ୍ୱିଟରକୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ମାଲିକ ଏଲନ ମସ୍କ। ପ୍ରଥମେ କମ୍ପାନୀ ବଡ଼ ବଡ଼ ପଦାଧିକାରୀଙ୍କୁ ଚାକିରିରୁ ବିଦା କରିବା ପରେ ଏବେ ସାରା ବିଶ୍ୱରେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବ ବୋଲି ସୂଚନା ମିଳିଛି। ଏନେଇ ଆମେରିକା ଖବରକାଗଜ ଦି ନ୍ୟୁ ୟର୍କ ଟାଇମ୍ସ(NYT)ରେ ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ କମ୍ପାନୀରେ ମୁଣ୍ଡଗଣତିରେ କମ୍ କରିବେ ମସ୍କ। ଏଥିପାଇଁ ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବେ ବୋଲି ଖବର କାଗଜ ଲୋକ ସୂତ୍ରରୁ ପ୍ରକାଶ କରିଛି।

ଏ ନେଇ NYT କହିଛି ” ମସ୍କ ଗୁରୁବାର ୪୪ ବିଲିୟନ ଆମେରିକୀୟ ଡଲାର ଚୁକ୍ତି ସହ ଟ୍ୱିଟର କିଣିଥିବା ମସ୍କ ସାରା ବିଶ୍ୱର କମ୍ପାନୀର କର୍ମଚାରିରେ କାଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେତେ ମାତ୍ରାରେ ଛଟେଇ ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ।” ତେବେ ନଭେମ୍ବର ୧ ତାରିଖରେ ଏହି ଛଟେଇ ହେବ। ଏଥିପାଇଁ କର୍ମଚାରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି।

Spread the love