ଶର୍ମିଷ୍ଠାଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ

ଶର୍ମିଷ୍ଠାଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ। କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ପଛର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଖାରଜ କରି ଦେଇଛନ୍ତି। ଚାନ୍ଦବାଲି ଥାନାରେ ମାନସ ସ୍ୱାଇଁଙ୍କ ନିଖୋଜ ନେଇ ପରିବାର ପକ୍ଷରୁ ଫେବ୍ରୁଆରି ୧୪ ତାରିଖରେ ଅଭିଯୋଗ କରାଯାଇଥିଲା। ଏହାପରେ ଶର୍ମିଷ୍ଠା ଙ୍କ ସମେତ ୫ ଜଣ ଙ୍କୁ ଥାନାକୁ ଡାକି ପୋଲିସ ୧୫ ତାରିଖରେ ପଚରା ଉଚରା କରିଥିଲା । ଚାନ୍ଦବାଲି ଥାନା ପୋଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା।

ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଫେବ୍ରୁଆରି ୨୩ ତାରିଖରେ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି କରି କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି।

Spread the love