ଓଡ଼ିଆ ସଂକଳନ ‘ଋକ୍‌-ବେଦ- ଶାକଲ ସଂହିତା’ ପ୍ରକାଶିତ

ଭୁବନେଶ୍ୱର  : ବେଦ ହିଁ ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନର ପ୍ରାଣ। ମାନବ ସମାଜର ଏହି ପ୍ରାଚୀନତମ ଗ୍ରନ୍ଥ ଦ୍ବାରା ମାନବୀୟ ପ୍ରଜ୍ଞାର ଉତ୍ତରୋତ୍ତର ଅଭିବୃଦ୍ଧି ଘଟିପାରିଛି। ବେଦ ଋକ୍‌, ସାମ, ଯଜୁ ଓ ଅଥର୍ବ ଚାରି ଭାଗରେ ବିଭକ୍ତ। ଓଡିଆରେ ଅଦ୍ୟାବଧି ବେଦ ପ୍ରକାଶ ପାଇପାରିନାହିଁ। କତିପୟ ବିଦ୍ବାନ୍‌ ବେଦର କେତେକ ଅଂଶ ଓ କେତୋଟି ଉପନିଷଦ ଓଡ଼ିଆ ଭାଷାରେ ପ୍ରକାଶ କରିଛନ୍ତି। ବେଦବିଜ୍ଞାନ ପ୍ରସାରକ ପ୍ରକାଶ ପ୍ରଧାନ ଚେନ୍ନାଇରେ ରହୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ବେଦ ଓ ଉପନିଷଦ ସମୂହକୁ ଓଡ଼ିଆ ଭାଷାରେ ସଂକଳନ ଓ ପ୍ରକାଶ କରିବାର ମହତୀ ପ୍ରଚେଷ୍ଟା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସେ ‘ବେଦ ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ – ଏକ ସଂକ୍ଷିପ୍ତ ପରିଚୟ’ ଓ ‘ଋକ୍‌-ବେଦ ଶାକଲ ସଂହିତା’ ପ୍ରକାଶ କରିଛନ୍ତି, ଯାହା ଡିଜିଟାଲ୍‌ ରୂପରେ ଓ୍ବେବ୍‌ ସାଇଟ୍‌ରେ ମଧ୍ୟ ବିନାମୂଲ୍ୟରେ ଉପଲବ୍ଧ। ଏଗୁଡିକ ଡାଉନଲୋଡ୍‌ କରିବା ପାଇଁ  “https://scholarshoppe.com/veda-odia”  କୁ ଯାଆନ୍ତୁ।
ପ୍ରକାଶ ପ୍ରଧାନଙ୍କର ପ୍ରକାଶିତ ଗ୍ରନ୍ଥ ହେଉଛି ୯୫୫ ପୃଷ୍ଠା ବିଶିଷ୍ଟ ଏହି ବିରାଟ ଗ୍ରନ୍ଥଟି ଓଡିଆ ଭାଷାର ଏକ ଦୁର୍ଲଭ ଗ୍ରନ୍ଥ ଯାହାର ନାମ ଋକ୍‌-ବେଦ – ଶାକଲ ସଂହିତା।  ପ୍ରଧାନ ମୂଲ୍ୟବାନ କାଗଜରେ ନିର୍ଭୁଲ ଭାବରେ ଗ୍ରନ୍ଥଟିକୁ ପ୍ରକାଶ କରିବାକୁ ପ୍ରୟାସ କରିଛନ୍ତି। ଗ୍ରନ୍ଥଟି ବୈଦିକ ସାହିତ୍ୟର ପ୍ରଥମ ଓଡ଼ିଆ ରୂପାନ୍ତର। ‘

Spread the love