ବିଧାନସଭାରେ କୋଶଳୀ ଭାଷାରେ ବିବୃତି ରଖିବାକୁ ସୁଯୋଗ ଦିଆଯାଉ: ନରସିଂହ ମିଶ୍ର

ଭୁବନେଶ୍ବର: ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତିପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ଗୃହରେ ମତ ରଖିବା ଲାଗି ସୁଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଣିକି କୋଶଳୀ ଭାଷାରେ ଗୃହରେ କୁହାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ଏପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ କହିପାରିବେ, ଏହା ନିୟମରେ ଅଛି ବୋଲି କହିଛନ୍ତି। ତେବେ ବାଚସ୍ପତି କହିଲେ କ୍ଷୀପ୍ର ଲେଖକ ବା ରିପୋର୍ଟର ନଥିବାରୁ ଏହି ଅଧିବେଶନରେ ସମ୍ଭବ ନୁହେଁ। ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ। କାରଣ ସଦସ୍ୟମାନଙ୍କ ବିବୃତି ଯଦି ରେକର୍ଡ ନ ହୁଏ ତାହାଲେ ଫଳପ୍ରଦ ହେବନି।

Spread the love