OSSC ପରୀକ୍ଷାର୍ଥୀଙ୍କ ବିକ୍ଷୋଭ, ପରୀକ୍ଷା ବାତିଲ କରିବା ପାଇଁ ଦାବି
ଭୁବନେଶ୍ୱର : OSSC ପରୀକ୍ଷାର୍ଥୀଙ୍କ ବିକ୍ଷୋଭ । ଗତକାଲି ପରୀକ୍ଷା ତ୍ରୁଟିପରେ ଆଜି ଅଧକ୍ଷଙ୍କୁ ଭେଟି ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି । କାଲି ଏକ୍ସାଇଜ୍ ଓ ଟ୍ରାଫିକ SI ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିଲା । ଏନଇେ OSSC କାର୍ଯ୍ୟାଳୟରେ ଅଧ୍ୟକ୍ଷଙ୍କୁ ଭେଟି ଜଣାଇବା ସହ ପରୀକ୍ଷା ବାତିଲ ଦାବି କରିଛନ୍ତି । ସେପଟେ ଏହି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କହିଛନ୍ତି ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଲିଷ୍ଟ ଅଛି, ସେ ନେଇ ତଦନ୍ତ ହେବ । ଯିଏ ଦୋଷୀ ତାକୁ ଛଡାଯିବନି । ଏ ସଂକ୍ରାନ୍ତୀୟ ବିଲ୍ ବିଧାନସଭାରେ ଆଇନରେ ପରିଣତ ହୋଇଛି ।