ଆଜି ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ-OSSTET

ଆଜି ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ-OSSTET । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ରାଜ୍ୟର ୩୩୮ କେନ୍ଦ୍ରରେ ୭୨ହଜାର ୨୮୦ ଜଣ ପରୀକ୍ଷା ଦେବେ । ୨ଟି ସିଟିଂରେ EXAM ଅନୁଷ୍ଠିତ ହେବ।

ପରୀକ୍ଷାର ସୁପରିଚାଳନା ପାଇଁ ୪୦ ଟି ସ୍କ୍ଵାଡ ହୋଇଥିବା ବେଳେ ୮ ଟି ସ୍ୱତନ୍ତ୍ର ସ୍କ୍ଵାଡ କରାଯାଇଛି । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ଯାଳୟରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । କପି ପାଇଁ ବୋର୍ଡର କଡା କଟକଣା । ମାଲ୍‌ ପ୍ରାକ୍ଟିସରେ କୌଣସି ପରୀକ୍ଷାର୍ଥୀ ବୁକ ହେଲେ ସେ ଆଉ ଓଟିଇଟି କିମ୍ବା ଓଷ୍ଟେଟ ପରୀକ୍ଷା ଦେଇ ପାରିବେ ନାହିଁ । ପ୍ରତି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ଆଇସୋଲେସନ ରୁମ କରାଯାଇଛି। ।

Spread the love