ସହିଦ୍ ନଗରରେ ଶୁଭାରମ୍ଭ ହେଲା OTDCର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’

ଭୁବନେଶ୍ୱର, ୦୩/୦୯: ଓଟିଡ଼ିସି ପକ୍ଷରୁ ସହିଦ ନଗରରେ ଶୁଭାରମ୍ଭ ହେଲା ଓଡ଼ିଆ ରେଷ୍ଟୁରାଣ୍ଟ ନିମନ୍ତ୍ରଣ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିମନ୍ତ୍ରଣ ରେଷ୍ଟୁରାଣ୍ଟକୁ ଶୁଭାରମ୍ଭ କରିଛନ୍ତି । କାର୍ଯକ୍ରମରେ ସଂସ୍କୃତି ଓ ପର୍ଯଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଓ otdc ଅଧକ୍ଷା ଶ୍ରିମୟୀ ମିଶ୍ର ଉପସ୍ଥିତ ଥିଲେ । ଓଡ଼ିଆ ପାରମ୍ପରିକ ଖାଦ୍ୟର ମଜା ଦେବ ନିମନ୍ତ୍ରଣ । ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ସହ ହଜିଯାଉଥିବା ଓଡ଼ିଆ ଖାଦ୍ୟକୁ  ହାତପାହାନ୍ତାରେ ସୁବିଧାରେ ଉପଲବ୍ଧ କରାଇବା ପାଇଁ ଓଟିଡିସି ପକ୍ଷରୁ ‘ନିମନ୍ତ୍ରଣ-ଖାଣ୍ଟି ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ’ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ଵାରା ଏହା ଲୋକାର୍ପିତ ହୋଇଛି ।

ପ୍ରଥମ କରି ଭୁବନେଶ୍ୱରର ରମାଦେବୀ କଲେଜ ନିକଟରେ ଖୋଲିଥିବା ବେଳେ ଆଗକୁ ପୁରୀ ଓ ସମ୍ବଲପୁରରେ ଖୋଲିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର । ଏଠାରେ ସ୍ଵତନ୍ତ୍ର ଭାବେ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ଘରୋଇ ଖାଦ୍ୟ ମିଳିବ ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର । ଏଠାରେ ୧୨୫ କେଜି ଓଡିଶା ମାନଚିତ୍ର ପ୍ରତିକୃତିର ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟକୁ ନେଇ ପୋଡ଼ ପିଠା ନିର୍ମିତ ସ୍ୱତନ୍ତ୍ର କେକ କାଟି ରେଷ୍ଟୁରାଣ୍ଟର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏଠାରେ ଟଙ୍କପାଣିର ବ୍ୟବସ୍ତା ମଧ୍ୟ ରହିଛି ।

Spread the love