ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପରୀକ୍ଷାର୍ଥୀ ଚଳିତ ମାସ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଆବେଦନ କରିପାରିବେ ।   ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନ ଫି ପୈଠ କରିବାର ଶେଷ ସମୟ ୯ତାରିଖର ଅପରାହ୍ନ ୪ଟା ଯାଏଁ ଧାର୍ଯ୍ୟ କରାଯାଇଛି । ଏଥିରେ ପେପର ୧  ଓ ପେପର ୨ ପାଇଁ ଆଶାୟୀ ପରୀକ୍ଷାର୍ଥୀ ଅଲଗା ଅଲଗା ଆବେଦନ କରିପାରିବେ ।

୨୦୧୮ ମସିହାରେ ଆବେଦନ କରିଥିବା ଆଶାୟୀ ମଧ୍ୟ ଏଥର ବିନା ମୂଲ୍ୟରେ ସାନି ଆବେଦନ କରିପାରିବେ । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଚଳିତ ଥରର ଓଟିଇଟି ପରୀକ୍ଷା କରିବାକୁ ବୋର୍ଡ଼ ଲକ୍ଷ୍ୟ ରଖିଥିବା ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି ।  ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ ପାଇଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା ।

Spread the love