ଔପଦା ଆଞ୍ଚଳିକ ମହୋତ୍ସବ ଆନୁକୂଲ୍ୟରେ ମେଗା ଅଡ଼ିସନ

ଔପଦା:  ଔପଦା ଆଞ୍ଚଳିକ ମହୋତ୍ସବ ଆନୁକୂଲ୍ୟରେ ଔପଦା ନୋଡାଲ ହାଇସ୍କୁଲ ପରିସର ରେ ଆଜି ମେଗା ଅଡ଼ିସନ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଔପଦା ଆଞ୍ଚଳିକ ମହୋତ୍ସବ କମିଟି ର ସଭାପତି ଅଶୋକ କୁମାର ପ୍ରଧାନ ଫିଟା କାଟି ଅଡିସନ ୨୦୨୨ ର ଶୁଭ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ କମିଟି ର ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ବେହେରା,ନିରଞ୍ଜନ ପ୍ରସାଦ ବାରିକ,ବୈକୁଣ୍ଠ ନାଥ ପୁଥାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଆଲବମ ନାୟକ ସ୍ମୁତି ରଞ୍ଜନ ବାରିକ, ଆଲବମ ନାୟିକା ଦିପ୍ତୀରେଖା ମହାନ୍ତି, ସଙ୍ଗୀତଜ୍ଞ କ୍ଷେତ୍ରମୋହନ ପାଣି ଯୋଗ ଦେଇ ନୃତ୍ୟ ସଙ୍ଗୀତରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗିତାମାନଙ୍କର ପ୍ରତିଭା ଚୟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋଟ ୨୦ ଜଣ ପ୍ରତିଯୋଗୀଙ୍କୁ ଏପ୍ରିଲ ୧୩ରୁ ୧୭ ମହୋତ୍ସବ ମଧ୍ୟରେ ପୁରସ୍କୃତ କରାଯିବାକୁ କମିଟି ତରଫରୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ପରିଡା, କମଳ ଲୋଚନ ପଣ୍ଡା, ଯଗଦିଶ ସାହୁ ,ସୁଦର୍ଶନ ଯେନା, ମାନସ ପରିଡା,ଦେବାଶିଷ ସାହୁ, ଶୁଭମ ମଲ୍ଲିକ,ବିଶ୍ଵ ରଞ୍ଜନ ବେହେରା, ଶରତ କୁମାର ସିଂ,ଜ୍ୟୋତିର୍ମୟୀ ପୁଥାଳ, ରତ୍ନାକର ସେଠୀ, ମିହିର କୁମାର ବେହେରା, ଜୟଶ୍ରୀ ବେହେରା, ବୈଶାଖୀ ପଣ୍ଡା, ବର୍ଷା ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love